ପୁରୀ: ଆଜି ଠାରୁ ପୁରୀରେ ଆରମ୍ଭ ହୋଇଛି ସେବାୟତଙ୍କ ତୃତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ । ୩ଟି ସ୍ଥାନରେ ବଡ଼ଦାଣ୍ଡ ସ୍ଥିତ ହିନ୍ଦୀ ସ୍କୁଲ, ଗଦାଧର ହାଇ,ସ୍କୁଲ, ଆର୍ୟୁବୈଦିକ କଲେଜରେ ଏହି ଟେଷ୍ଟ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ଦଇତାପତି ଓ ସୁଆର ମହାସୁଆର ସେବାୟତ ମାନଙ୍କ ପରୀକ୍ଷା କରାଯାଉଛି ।
ସେବାୟତ ମାନଙ୍କ କୋଭିଡ ଟେଷ୍ଟ କରି ସମସ୍ତ ଘୋଷଯାତ୍ରା ସଂପର୍କିତ ରିପୋର୍ଟ କୋର୍ଟରେ ଦାଖଲ ହେବ । ରଥଯାତ୍ରା ପୂର୍ବରୁ ଥରେ ସେବାୟତଙ୍କ କୋଭିଡ ଟେଷ୍ଟ ହୋଇଥିଲା । ବାହୁଡା ଯାତ୍ରା ପୂର୍ବରୁ ବି ଥରେ ପରୀକ୍ଷା ହୋଇଥିଲା । ଏବେ ଘୋଷଯାତ୍ରା ପରେ ତୃତୀୟ ଥର ପାଇଁ ସେବାୟତଙ୍କ କୋଭିଡ୍ ପରୀକ୍ଷା କରାଯାଉଛି ।
୧୪ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଏହି ପରୀକ୍ଷା ଚାଲିବ । ଯେହେତୁ ସେବାୟତମାନେ ରଥଯାତ୍ରାରେ ନିୟୋଜିତ ଥିଲେ, ତେଣୁ ସେମାନଙ୍କ ସାହି, ପରିବାରକୁ ନଜର ରଖି ଏହି ଟେଷ୍ଟ ହେବ । ମୋଟ୍ ୩ ହଜାର ସେବାୟତଙ୍କ ନମୂନା ପରୀକ୍ଷା କରାଯିବ ।
Comments are closed.