ୱାସିଂଟନ: ଆମେରିକାରେ କରୋନା ରଚୁଛି ମୃତ୍ୟୁର ତାଣ୍ଡବ । କରୋନା ପ୍ରଭାବରେ ଆମେରିକାରେ ଗତ ୭୨ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଦ୍ଵିଗୁଣିତ ହୋଇଛି ।
କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ ଏହି ସଂଖ୍ୟା ୨ ଲକ୍ଷ ୧୫ ହଜାର ୮୧ ରେ ପହଞ୍ଚି ଗଲାଣି। ଅନ୍ୟପକ୍ଷରେ ଏଠାରେ ମୃତ୍ୟୁ ସଂଖ୍ୟା ମଧ୍ୟ ୫, ୧୦୯ ଛୁଇଁଲାଣି ।
ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ ୮୩,୯୦୧ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୨୨୧୯ ରେ ପହଞ୍ଚିଛି ।
ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଆମେରିକାରେ ସ୍ଥିତି ଏଭଳି ହୃଦୟ ବିଦାରକ ରହିବ ବୋଲି କୁହାଯାଉଥିବା ବେଳେ ଏହାପରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବାର ଆଶା ଥିବା ଆମେରିକା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.