Latest Odisha News

BREAKING NEWS

ଅସହାୟ ଆମେରିକା: ଗୋଟିଏ ଦିନରେ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ ରବିବାର ଏହି ସଂଖ୍ୟା ୩୧୧,୩୫୬ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୪୫୨ ଥିଲା । ତେବେ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୬,୬୭୩ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୯୬୧୬ ଛୁଇଁଛି ।

ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ ୧୨୩,୦୧୮ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୪୧୫୯ ରେ ପହଞ୍ଚିଛି ।

ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଆମେରିକାରେ ସ୍ଥିତି ଏଭଳି ହୃଦୟ ବିଦାରକ ରହିବ ବୋଲି କୁହାଯାଉଥିବା ବେଳେ ଏହାପରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବାର ଆଶା ଥିବା ଆମେରିକା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.