Latest Odisha News

BREAKING NEWS

ରାଜ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୯ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୩୩ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କଟକରୁ ୨, ଗଞ୍ଜାମରୁ ୧, କେନ୍ଦୁଝରରୁ ୧, ନୟାଗଡରୁ ୧ ଏବଂ ସମ୍ବଲପୁର ଜିଲ୍ଲାରୁ ୪ ଜଣ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…
କଟକରୁ ଜଣେ ୬୭ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଉଚ୍ଚ ରକ୍ତଚାପ ଓ କିଡନୀ ଜନିତ ସମସ୍ୟାରେ ପିଡିତ ଥିଲେ ।

କଟକରୁ ଜଣେ ୫୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।

କେନ୍ଦୁଝରରୁ ଜଣେ ୫୮ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।

ଗଞ୍ଜାମରୁ ଜଣେ ୫୩ ବୟସ୍କଙ୍କ ମୃତ୍ୟୁ ହୋଇଛି ।

ନୟାଗଡରୁ ଜଣେ ୭୫ ବୟସ୍କଙ୍କ ମୃତ୍ୟୁ ହୋଇଛି ।

ସୁନ୍ଦରଗଡରୁ ଜଣେ ୬୫ ଓ ୫୦ ବର୍ଷ ବୟସ୍କ ଦୁଇ ମହିଳା ଏବଂ ୭୪ ଓ ୭୮ ବର୍ଷ ବୟସ୍କ ଦୁଇ ପୁରୁଷଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.