Latest Odisha News

ଇଟାଲିରୁ ଫେରିଲେ ୨୧୧ ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇଟାଲି ରାଷ୍ଟ୍ରରେ ଫସିରହିଥିବା ପ୍ରାୟ ୨୧୧ ଭାରତୀୟ ଛାତ୍ରଛାତ୍ରୀ ରବିବାର ଭାରତରେ ଆସି ପହଞ୍ଚିଛନ୍ତି ।

ଏନେଇ ଟ୍ୱିଟ୍ କରିଛନ୍ତି ଭି ମୁରଲୀଧରନ ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ସ୍ଥାନୀୟ ମିଲାନରୁ ଶନିବାର ଦିନ ୨୧୮ ଜଣ ଭାରତୀୟଙ୍କୁ ଧରି ସ୍ୱଦେଶ ଫେରିଛି । ସେମାନଙ୍କୁ ଦିଲ୍ଲୀର ଚାୱଲା ଅଞ୍ଚଳସ୍ଥିତ ଇଣ୍ଡୋ-ତିବେତାନ୍ ବର୍ଡର ପୋଲିସ କ୍ୟାମ୍ପରେ ରଖାଯାଇଛି । ଏପରିକି ସମସ୍ତ ଯାତ୍ରୀମାନଙ୍କୁ ୧୪ ଦିନ ଯାଏଁ କ୍ୱାରେନଟିନେଡରେ ରଖାଯିବ ।

ଏଥିସହିତ ଭାରତ ସରକାର ମିଲାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ରବିବାର ଦିନ ଇରାନରୁ ପ୍ରାୟ ୨୩୦ ଭାରତୀୟ ମାନଙ୍କୁ ଫେରାଇ ଆଣିଛନ୍ତି ଭାରତ ସରକାର ।

ସେହିପରି ଭାରତରେ ଏଯାବତ୍ ୧୦୭ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.