Latest Odisha News

BREAKING NEWS

କରୋନା ମୁକାବିଲା: ୯୫୦୦୦ କୁ ବୃଦ୍ଧି ପାଇଲା ଭାରତର ଦୈନିକ ସ୍ୱାବ ପରୀକ୍ଷଣ କ୍ଷମତା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଶନିବାର କହିଛନ୍ତି ଯେ, କରୋନାଭାଇରସ ପାଇଁ ପରୀକ୍ଷଣ କ୍ଷମତା ଭାରତରେ ଦିନକୁ ପ୍ରାୟ ୯୫୦୦୦କୁ ବୃଦ୍ଧି କରାଯାଇଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୩୩୨ ଟି ସରକାରୀ ଏବଂ ୧୨୧ ଟି ବେସରକାରୀ ଲାବୋରେଟୋରୀରେ ୧୫,୨୫,୬୧୩ ପରୀକ୍ଷା କରାଯାଇଛି।

ଦେଶବ୍ୟାପୀ ତାଲାବନ୍ଦ ସତ୍ତ୍ୱେ ଭାରତରେ କୋଭିଡ୧୯ ମାମଲା ସଂଖ୍ୟା ୬୦ ହଜାର ପାଖାପାଖି ପହଞ୍ଚିଛି ଯେଉଁଥିରୁ ୪୦ ହଜାରରୁ ଉର୍ଦ୍ଧ୍ବ ମାମଲା ବର୍ତ୍ତମାନ ସକ୍ରିୟ ଅଛି। ପାଖାପାଖି ୨୦୦୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮ ହଜାରରୁ ଉର୍ଦ୍ଧ୍ବ ଏଥିରୁ ସୁସ୍ଥ ହେଲେଣି ।

Comments are closed.