Latest Odisha News

BREAKING NEWS

ବୟସ ବର୍ଗ ଅନୁଯାୟୀ କରୋନା ଲକ୍ଷଣ ମଧ୍ୟ ଭିନ୍ନ ହୋଇଥାଏ; ରିପୋର୍ଟ

ନୂଆଦିଲ୍ଲୀ: ଆଜି ଲାନ୍‌ସେଟ୍‌ ଡିଜିଟାଲ୍ ହେଲ୍ଥରେ ପ୍ରକାଶିତ ଏବଂ କିଙ୍ଗ୍‌ସ କଲେଜ ଲଣ୍ଡନର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏପ୍ରିଲ୍ ୨୦ ରୁ ୧୫ ଅକ୍ଟୋବର ୨୦୨୦ ମଧ୍ୟରେ କରୋନାର ପ୍ରାଥମିକ ଲକ୍ଷଣକୁ ନେଇ ପରୀକ୍ଷା କରାଯାଇଥିଲା।

ଅନୁସନ୍ଧାନକାରୀମାନେ କରୋନା ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣଗୁଡିକରୁ ଯାହା ଜଣାପଡ଼ିଛି ଯେ ଲିଙ୍ଗ ଏବଂ ବୟସ ବର୍ଗ ଅନୁଯାୟୀ କରୋନା ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ‌ହୋଇଥାଏ।

ରିପୋର୍ଟ ଅନୁଯାୟୀ ବୟସ, ଲିଙ୍ଗ, ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଅନୁଯାୟୀ କୋଭିଡ୍‌ ସଂକ୍ରମଣର ଲକ୍ଷଣ ମଧ୍ୟ ଭିନ୍ନ ହୋଇଥାଏ।

୧୮ ଟି ଲୋକଙ୍କ ଲକ୍ଷଣ ପରୀକ୍ଷା କରାଯାଇଥିଲା ଯେଉଁଥିରୁ ଏହି ତଥ୍ୟ ପ୍ରକାଶ ପାଇଛି। କରୋନା ଚିହ୍ନଟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ମଧ୍ୟରେ ଗନ୍ଧ ନଷ୍ଟ ହେବା, ଛାତି ଯନ୍ତ୍ରଣା, କ୍ରମାଗତ କାଶ, ପେଟ ଯନ୍ତ୍ରଣା, ପାଦରେ ଫୁଲା, ଆଖି ଯନ୍ତ୍ରଣା ଏବଂ ଅସ୍ୱାଭାବିକ ମାଂସପେଶୀ ଯନ୍ତ୍ରଣା ଅନ୍ତର୍ଭୁକ୍ତ।

Leave A Reply

Your email address will not be published.