Latest Odisha News

ବଲିଉଡ ଗାୟିକା କନିକା କପୁରଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ବଲିଉଡ କଣ୍ଠଶିଳ୍ପୀ କନିକା କପୁରଙ୍କର କରୋନାଭାଇରସ ରିପୋର୍ଟ ପଜିଟିଭ ବାହାରିବା ପରେ ଏନେଇ ସାରା ବଲିଉଡ ଜଗତରେ ଆତଙ୍କ ସୃଷ୍ଟି ହୋଇଛି । ଏପରିକି ନିଜର ବିଦେଶ ଭ୍ରମଣ ସମ୍ପର୍କରେ ଲୁଚାଇବା ଅଭିଯୋଗରେ ତାଙ୍କ ନାମରେ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ କନିକା ଗତ ମାର୍ଚ୍ଚ ୧୫ ତାରିଖରେ ଲଣ୍ଡନରୁ ଫେରିଥିଲେ । ପରେ ରବିବାର ଦିନ ଲକ୍ଷ୍ନୌ ରେ ଆୟୋଜିତ ହୋଇଥିବା ଏକ ପାର୍ଟିରେ ଅନେକ ବଡ ବଡ ସେଲିବ୍ରିଟିଙ୍କ ସେ ସାମିଲ ହୋଇଥିଲେ । ଯାହାଫଳରେ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା କରାଯାଉଛି ।

ଅଧିକ ପଢନ୍ତୁ: ବଲିଉଡ କଣ୍ଠଶିଳ୍ପୀ କନିକା କପୁରଙ୍କ କରୋନା ରିପୋର୍ଟ ପଜିଟିଭ

ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ନିଜ ଇନଷ୍ଟାଗ୍ରାମ ପେଜରେ ଉଲ୍ଳେଖ କରିଥିଲେ ।

ଆହୁରି ମଧ୍ୟ ସେ ନିଜର ଟ୍ରାଭେଲ୍ ଇତିହାସ ଲୁଚାଇବା ଏବଂ କରୋନାଭାଇରସ ସମ୍ପର୍କିତ ସୁରକ୍ଷା ପ୍ରୋଟୋକଲ୍ ନିୟନ ମାନନଥିବାରୁ ତାଙ୍କ ବିରୋଧରେ ଏହି ଏଫଆଇଆର କରାଯାଇଥିବା ନେଇ ଜଣାପଡିଛି । ଲକ୍ଷ୍ନୌ ଚିଫ୍ ମେଡିକାଲ୍ ଅଫିସରଙ୍କ ପକ୍ଷରୁ ଏହି ମାମଲା କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.