ବରଗଡ: ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ଧନୁ ଯାତ୍ରା ଆୟୋଜିତ ହେବ ନାହିଁ। କୋଭିଡ୧୯ ମହାମାରୀକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁଯାୟୀ ରାଜ୍ୟ ତଥା ବାହାରେ ହଜାର ହଜାର ଲୋକଙ୍କୁ ଆକର୍ଷିତ କରୁଥିବା ଏହି ଯାତ୍ରା ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବାର ଥିଲା।
ଧନୁ ଯାତ୍ରା କମିଟିର ସଦସ୍ୟଙ୍କ ସହ ଜିଲ୍ଲାପାଳଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଯାହା ପରେ ଗଣମାଧ୍ୟମକୁ ସୂଚନା ଦେଇ ବରଗଡ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ କହିଛନ୍ତି କରୋନା ମହାମାରୀ ତଥା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସମ୍ମତି କ୍ରମେ ଧନୁ ଯାତ୍ରା ଚଳିତବର୍ଷ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।
Comments are closed.