Latest Odisha News

BREAKING NEWS

କରୋନା ସଂକ୍ରମଣ: ଦେଶର ୧୬ ନମ୍ବର ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ଦିନକୁ ଦିନ ମାରାତ୍ମକ ହୋଇ ଚାଲିଛି କରୋନା ଭୂତାଣୁ । ଧୀରେ ଧୀରେ ଏହା ଭାରତର ସମସ୍ତ ରାଜ୍ୟକୁ ନିଜ କବଳକୁ ନେଇ ସାରିଲାଣି । ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୫୦୦୦ ରୁ ଅଧିକ ଆକ୍ରାନ୍ତ ହୋଇସାରିଥିବା ବେଳେ ୧୬୬ ଜଣଙ୍କର ପ୍ରାଣ ଗଲାଣି ।

ତେବେ ସର୍ବାଧିକ ମାମଲା ସହ ମହାରାଷ୍ଟ୍ର ଏହି ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିଛି । ଏହା ତଳକୁ ରହିଛି ତେଲେଙ୍ଗାନା ଓ କେରଳ ।

ତେବେ ଏହି ସଂକ୍ରମଣ ତାଲିକାର ୧୬ ନମ୍ବର ସ୍ଥାନରେ ରହିଛି ଓଡିଶା । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୪୨ ଜଣ ସଂକ୍ରମଣ ହୋଇଥିବା ବେଳେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ଆଉ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.