Latest Odisha News

BREAKING NEWS

ଦେଶବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର; ୯୦ %ଟପିଲା କରୋନା ଆରୋଗ୍ୟ ହାର

ନୂଆଦିଲ୍ଲୀ: ଭାରତରେ କରୋନା ଆରୋଗ୍ୟ ହାର ମଙ୍ଗଳବାର ଦିନ ୯୦.୬୨ ଛୁଇଁଛି। ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩,୮୪୨ ଜଣ ଲୋକ ଏହି ରୋଗରୁ ମୁକ୍ତି ପାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୬ ହଜାର ୩୬ ହଜାର ୪୬୯ ନୂଆ ଆକ୍ରାନ୍ତ । ଯାହା ଦେଶବାସୀଙ୍କ ପାଇଁ ନିହାତି ପକ୍ଷେ ଏକ ଆଶ୍ୱସ୍ତିକର ଖବର ।

ଅନ୍ୟପଟେ କ୍ରମାଗତ କିଛିଦିନ ହେବ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୦୦ ରୁ କମ୍ କୋଭିଡ ରୋଗୀଙ୍କ ମୃତ୍ୟୁ ରେକର୍ଡ ହୋଇଛି। ଅକ୍ଟୋବର ୨ ଠାରୁ ମୃତ୍ୟୁ ସଂଖ୍ୟା ୧୧୦୦ ରୁ କ୍ରମାଗତ ଖସି ଖସି ତଳକୁ ଆସୁଛି। ଗତ ୨୪ ଘଣ୍ଟାରେ ଆଉ ୪୮୮ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଏହାସହ ସକ୍ରିୟ କୋଭିଡ ମାମଲା ଏକ ସପ୍ତାହ ହେବ ୭ ଲକ୍ଷ ମଧ୍ୟରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.