Latest Odisha News

BREAKING NEWS

ଓଡ଼ିଶାରେ କରୋନା ସତର୍କତା; ଆଜିଠୁ ଟ୍ବିନସିଟିରେ ଅଡ-ଇଭେନ ଗାଡ଼ି ଚଳାଚଳ

କଟକ/ଭୁବନେଶ୍ବର: ଓଡିଶାରେ କରୋନାଭାଇରସ ସତର୍କତା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନିର୍ଦ୍ଦେଶ ପରେ ଶନିବାର ଦିନଠାରୁ ଟ୍ୱିନସିଟିରେ ଯୁଗ୍ମ-ଅଯୁଗ୍ମ ଗାଡି ଚଳାଚଳ କରୁଛି ।

କମିଶନରେଟ୍ ପୋଲିସ୍ ପକ୍ଷରୁ କଟକରେ ଏଭଳି ପକ୍ରିୟାରେ ଗାଡି ଚଳାଚଳ କରିବା ଲାଗି ଅନୁରୋଧ କରାଯାଇଥିଲା ।

ଏହି ନିର୍ଦ୍ଦେଶନାମା ଅନୁଯାୟୀ ଆଜି ଠାରୁ ଯୁଗ୍ମ–ଅଯୁଗ୍ମ ଫର୍ମୁଲା ଅନୁଯାୟୀ ଦିନେ ଛାଡି ଦିନେ ତଥା ତାରିଖ ଅନୂଯାୟୀ ଯୁଗ୍ମ ଓ ଅଯୁଗ୍ମ ରେଜିଷ୍ଟ୍ରେସନ୍ ନମ୍ବର ରହିଥିବା ଗାଡି ଚଳାଚଳ କରିବ । ଏହି କ୍ରମରେ ଶନିବାର ୨୧ ତାରିଖ ହୋଇଥିବାରୁ ଅଯୁଗ୍ମ ନମ୍ବର ଗାଡି ଚଳାଚଳ କରିବ ବୋଲି ଜଣାପଡିଛି ।

ଏହି କଟକଣା କେବଳ ସର୍ବସାଧାରଣ ପରିବହନ ଗାଡି ବା ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାରେ ଲାଗୁ ହେବାକୁ ଥିବା ସୂଚନା ମିଳିଛି । ଘରୋଇ ରେଜିଷ୍ଟ୍ରେସନ ଥିବା ଗାଡି କିମ୍ବା ଅନ୍ୟ ପ୍ରକାରର ସରକାରୀ ବା ଭଡାରେ ଚାଲିଥିବା ଗାଡି ଉପରେ ଏହି କଟକଣା ଲାଗୁ ହେବନାହିଁ ବୋଲି କୁହାଯାଇଛି ।

ଆହୁରି ମଧ୍ୟ ଜରୁରୀ କ୍ଷେତ୍ରରେ ବ୍ୟବହୃତ ସରକାରୀ, ଘରୋଇ କିମ୍ବା ଡାକ୍ତରଖାନା ଗାଡିଗୁଡିକ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.