Latest Odisha News

BREAKING NEWS

କରୋନା ମୁକାବିଲା; ଆଗାମୀ ୨ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ ନହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯବ। ଏ ନେଇ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍‌ସ)ର ଜଣେ ବରିଷ୍ଠ ଅଧିକାରୀ ସାଧାରଣ ନାଗିରକମାନଙ୍କୁ ଚେତାଇ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆଉ ଏକ ବିପର୍ଯ୍ୟୟର ଶିକାର ନହେବାକୁ ଚାହୁଛନ୍ତି ତେବେ ଲୋକମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଗରୁ ସାବଧାନ ରହିଲେ ହିଁ ଏହାକୁ ଏଡାଇ ହେବ।

ଏମ୍‌ସର ଚିକିତ୍ସା ବିଭାଗର ସହକାରୀ ପ୍ରଫେସର ଡା. ନୀରଜ ନିଶ୍ଚଲ କହିଛନ୍ତି ଯେ ଯେପର୍ଯ୍ୟନ୍ତ ମହାମାରୀ ନିୟନ୍ତ୍ରଣକୁ ନଆସିଛି ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ଅତି ସତର୍କତାର ସହ କରୋନା ବିସ୍ତାରକୁ ରୋକିବାରେ ସଜାଗ ରହିବାକୁ ପଡ଼ିବ।

ଯେପରି କରୋନା ଅଧିକ ସଂକ୍ରାମକ ନ ହେଉ ସେଥିପାଇଁ ସମସ୍ତେ ପ୍ରତିଶ୍ରୁତି ନେବା ଉଚିତ। କିଛି ଦିନ ପୂର୍ବରୁ ହୁ ମଧ୍ୟ ସତର୍କ ବାଣୀ ଦେଇଥିଲା ଯେ ବିଶ୍ୱ ଏବେ ତୃତୀୟ ତରଙ୍ଗର ‘ପ୍ରାରମ୍ଭିକ ପର୍ଯ୍ୟାୟରେ’ ଅଛି।

Comments are closed.