Latest Odisha News

ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୧୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁସ୍ଥ ହୋଇଥିବା ୪୧୦୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭୨୧, କଟକରୁ ୪୯୨ ଜଣ, ଯାଜପୁରରୁ ୨୧୨ ଜଣ, ଅନୁଗୁଳରୁ ୧୮୬ ଜଣ, ଝାରସୁଗୁଡ଼ାରୁ ୧୫୪ ଜଣ, ଜଗତସିଂହପୁରରୁ ୧୪୩ ଜଣ, ମୟୂରଭଂଜରୁ ୧୩୯ ଜଣ, ସମ୍ବଲପୁରରୁ ୧୨୮ ଜଣ, ନୂଆପଡ଼ାରୁ ୧୧୮ ଜଣ, କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାରୁ ୧୧୭ ଜଣ ଲେଖାଏଁ, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୬ ଜଣ ଲେଖାଏଁ, ବରଗଡ଼ରୁ ୧୧୪ ଜଣ ଓ କେନ୍ଦ୍ରାପଡ଼ାରୁ ୧୦୭ ଜଣ, ନବରଂଗପୁରରୁ ୮୯ ଜଣ, ବଲାଙ୍ଗୀରରୁ ୮୦ ଜଣ, ଢେଙ୍କାନାଳରୁ ୭୫ ଜଣ, କୋରାପୁଟ ଓ ସୋନପୁର ଜିଲ୍ଲାରୁ ୭୩ ଜଣ ଲେଖାଏଁ, କନ୍ଧମାଳରୁ ୭୧ ଜଣ, ଗଂଜାମରୁ ୬୭ ଜଣ, ରାୟଗଡ଼ାରୁ ୬୪ ଜଣ, ପୁରୀରୁ ୫୫ ଜଣ, ନୟାଗଡ଼ରୁ ୫୦ ଜଣ, ବୌଦ୍ଧରୁ ୪୪ ଜଣ, ଗଜପତିରୁ ୪୦ ଜଣ, ମାଲକାନଗିରିରୁ ୩୪ ଜଣ, ଭଦ୍ରକରୁ ୧୬ ଜଣ, ଦେବଗଡ଼ରୁ ୮ ଜଣ ଓ ଷ୍ଟେଟ୍ ପୁଲରୁ ୨୮୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨,୦୨,୩୦୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.