Latest Odisha News

BREAKING NEWS

ସବୁ ରେକର୍ଡ ଭାଙ୍ଗିଲା ଭାରତ, କରୋନାରୁ ଦିନକରେ ୪୪,୩୦୬ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କରୋନାର କୋପ ଜାରି ରହିଛି । ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ ସଂଖ୍ୟା । ତେବେ ସେହି ଅନୁସାରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିନକରେ ୪୪ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୧୨ ଲକ୍ଷ ପାର୍ କରିଛି । ଏଥିସହିତ କୋଭିଡ୍‍-୧୯ ଆରୋଗ୍ୟ ହାର ୬୬.୩%ରେ ପହଞ୍ଚିଛି।

ସେହିପରି ୨୪ ଘଂଟାରେ ୫୨ ହଜାରରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି । ଗୋଟିଏ ଦିନ ଭିତରେ ଆଉ ୫୨ହଜାର ୫୦ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ଦେଶରେ କୋଭିଡ୍‍-୧୯ ସଂକ୍ରମିତ ମାନଙ୍କ ସଂଖ୍ୟା ୧୮ଲକ୍ଷ ୫୫ହଜାର ୭୪୫ ରହିଛି। ଗୋଟିଏ ଦିନରେ ଆଉ ୮୦୩ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହେବାରୁ କୋଭିଡ ମୃତ୍ୟୁସଂଖ୍ୟା ୩୮ ହଜାର ୯୩୮ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ।

Leave A Reply

Your email address will not be published.