Latest Odisha News

BREAKING NEWS

କରୋନା ଆତଙ୍କ: ଲୋକସେବା ଭବନ ସହ ୩ ସରକାରୀ ଅଫିସକୁ ପ୍ରବେଶ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଦିନକୁ ଦିନ ଉଦବେଗ ସ୍ତରକୁ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଗୁରୁବାର ଦିନ ଲୋକ ସେବା ଭବନ ସମେତ ଚାରିଟି ପ୍ରମୁଖ ପ୍ରଶାସନିକ କାର୍ଯ୍ୟାଳୟ ପରିସରକୁ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଗୃହ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଲୋକ ସେବା ଭବନ, ଖାରବେଳ ଭବନ, ରାଜିବ ଭବନ ଏବଂ କୃଷି ଭବନରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଜୁଲାଇ ୩୧ ଯାଏଁ ଭିଜିଟରଙ୍କୁ ପ୍ରବେଶ ମନା ହୋଇଛି । ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.