Latest Odisha News

BREAKING NEWS

କୋଭିଡ-୧୯: ଲକଡାଉନ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ, ଉଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଶ୍ୱ ତଥା ଦେଶରେ କରୋନାର ପ୍ରଭାବ ଜାରି ରହିଛି । ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪୧୫ କୁ ବୃଦ୍ଧି ପାଇଛି ।

ଏହି ମାରାତ୍ମକ ଭୂତାଣୁର ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତ ସରକାର ରାଜ୍ୟଗୁଡିକୁ ଲକଡାଉନ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଉଲଂଘନ କଲେ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।


ନିଜକୁ ତଥା ସେମାନଙ୍କ ପରିବାରକୁ ବଞ୍ଚାଇବା ପାଇଁ ନିର୍ଦ୍ଦେଶନାମା ପାଳନ କରିବାକୁ ଏବଂ ଲକଡାଉନକୁ ଗୁରୁତର ସହ ନେବାକୁ ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ ଜରିଆରେ ନିବେଦନ କରିଛନ୍ତି ।

କରୋନା ଭାଇରସ ଚିହ୍ନଟ ହୋଇଥିବା ଭାରତର ୭୦ ଟି ଜିଲ୍ଲାରେ ଏହାର ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପାଇଁ କର୍ତ୍ତୃପକ୍ଷ ଅସାଧାରଣ ପଦକ୍ଷେପ ଗ୍ରହଣ କରିଥିବାବେଳେ ସମସ୍ତ ଅନ୍ତରାଜ୍ୟ ବସ୍, ଯାତ୍ରୀବାହୀ ଟ୍ରେନ୍ ଏବଂ ମେଟ୍ରୋ ସେବା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ସ୍ଥଗିତ ରହିଛି।

Comments are closed.