Latest Odisha News

BREAKING NEWS

କରୋନା ଯାଇନାହିଁ, ସାବଧାନ ରହିବା ସମସ୍ତଙ୍କ ଦାୟିତ୍ୱ: ‘ମନ କି ବାତ୍’ରେ କହିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ମୁଁ ଆଜି ମଧ୍ୟ ଶାସନ କ୍ଷମତାରେ ନାହିଁ । ଭବିଷ୍ୟତରେ ମଧ୍ୟ ଶାସନ କରିବାକୁ ଚାହୁଁନି । ମୁଁ କେବଳ ସେବା କରିବାକୁ ଚାହୁଁଛି । ମୋ ଅନୁସାରେ ଏହି ପ୍ରଧାନମନ୍ତ୍ରୀ ପଦ ଶାସନ ପାଇଁ ନୁହେଁ, ଏହା ସେବା ପାଇଁ ଉଦ୍ଦିଷ୍ଟ । ୮୩ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସମ୍ବୋଧିତ କରିଥିବାବେଳେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ କହିଲେ, ଦୁଇ ଦିନ ପରେ ଡ଼ିସେମ୍ବର ମାସ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ ଦେଶ ପାଳନ କରେ ନୌବାହିନୀ ଦିବସ ଏବଂ ସଶସ୍ତ୍ର ବାହିନୀ ପତାକା ଦିବସ । ଡ଼ିସେମ୍ବର ୧୬ତାରିଖ ଦିନ ଦେଶ ୧୯୭୧ରେ ହୋଇଥିବା ଯୁଦ୍ଧର ସୁବର୍ଣ୍ଣ ଜୟନ୍ତୀ ମଧ୍ୟ ପାଳନ କରିବ । ଏହି ଅବସରରେ ମୁଁ ଦେଶର ପ୍ରତିରକ୍ଷା ବାହିନୀକୁ ସ୍ମରଣ କରୁଛି, ଆମର ବୀରମାନଙ୍କୁ ସ୍ମରଣ କରୁଛି ଏବଂ ବିଶେଷଭାବେ ଏଭଳି ବୀରମାନଙ୍କୁ ଜନ୍ମ ଦେଇଥିବା ମା’ମାନଙ୍କୁ ସ୍ମରଣ କରୁଛି ।

ପ୍ରଧାନମନ୍ତ୍ରୀ କହିଲେ, ଦିଲ୍ଲୀରେ ଗୋଟିଏ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପିଲାଙ୍କ ମୁହଁରେ ସ୍ୱାଧୀନତା ସଂଗ୍ରାମର କାହାଣୀ ଶୀର୍ଷକ କାର୍ଯ୍ୟକ୍ରମରେ ପିଲାମାନେ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ କାହାଣୀକୁ ପରିବେଷଣ କଲେ । ଏଥିରେ ଭାରତ ସମେତ ନେପାଳ, ମରିଶସ୍, ତାଞ୍ଜାନିଆ, ନ୍ୟୁଜିଲାଣ୍ଡ ଓ ଫିଜିର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଯୁବବର୍ଗଙ୍କ ଦ୍ୱାରା ସମୃଦ୍ଧ ପ୍ରତ୍ୟେକ ଦେଶରେ ୩ଟି ଜିନିଷ ଗୁରୁତ୍ୱ ବହନ କରିଥାଏ । ସେଗୁଡ଼ିକ ମଧ୍ୟରେ ପ୍ରଥମରେ ହେଲା ଆଇଡ଼ିଆ ଏବଂ ଇନ୍ନୋଭେସନ, ଦ୍ୱିତୀୟରେ ବିପଦକୁ ସାମ୍ନା କରିବାର ସାହାସ ଆଉ ତୃତୀୟରେ କ୍ୟାନ୍ ଡ଼ୁ ସ୍ପିରିଟ୍ । ବର୍ଷକୁ ବର୍ଷ ନୂତନ ଉଦ୍ୟୋଗ ରେକର୍ଡ଼ସଂଖ୍ୟକ ବିନିଯୋଗ ପାଉଛି । ଏବେ ୟୁନିକର୍ଣ୍ଣ ପଦଟି ଖୁବ୍ ଚର୍ଚ୍ଚିତ ହୋଇଛି ।

ଡ଼ିସେମ୍ବର ୬ତାରିଖରେ ବି ଆର ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶେଷରେ ସତର୍କ କରାଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ଏବେ ମଧ୍ୟ କୋଭିଡ଼-୧୯ ମହାମାରୀର ଅବସାନ ଘଟିନାହିଁ । ଏହି ରୋଗ ବିପକ୍ଷରେ ସତର୍କତା ଅବଲମ୍ବନ କରିବା ସମସ୍ତଙ୍କ ଦାୟିତ୍ୱ ।

Leave A Reply

Your email address will not be published.