Latest Odisha News

BREAKING NEWS

ଭବାନୀପାଟଣାରେ ସାପ୍ତାହିକ ହାଟ ବନ୍ଦ କଲା ପ୍ରଶାସନ

ଭବାନୀପାଟଣା: କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଯୋଗୁଁ କଳାହାଣ୍ଡି ପ୍ରଶାସନ ପକ୍ଷରୁ ଭବାନୀପାଟଣାରେ ସାପ୍ତାହିକ ହାଟ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଏହି କଟକଣା ଜାରି ରହିବ।

ଜିଲ୍ଲାପାଳ ଗଭଲି ପରାଗ ହର୍ଷଦ କହିଛନ୍ତି ଯେ ପଡୋଶୀ ରାଜ୍ୟରେ କରୋନା ମାମଲା ବଢୁଥିବାରୁ ଛତିଶଗଡରୁ ଜିଲ୍ଲା ମଧ୍ୟକୁ ଆସୁଥିବା ବ୍ୟବସାୟୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଅଧିକ ପଢନ୍ତୁ- ଝାରସୁଗୁଡ଼ାରେ ରାସ୍ତାରେ ପରିବା ଫିଙ୍ଗିଦେଲେ ଚାଷୀ

ସୂଚନା ଅନୁଯାୟୀ ମଙ୍ଗଳବାର ଏବଂ ଶନିବାର ଭଳି ସପ୍ତାହରେ ଦୁଇଥର ଭବାନୀପାଟନାରେ ସାପ୍ତାହିକ ହାଟ ଆୟୋଜିତ ହୋଇଥାଏ। ଏହି ସମୟରେ ଲୋକଙ୍କ ଭିଡ଼ ଜମିଥାଏ। ଏମିତିକି କଳାହାଣ୍ଡିର ବ୍ୟବସାୟୀଙ୍କ ବ୍ୟତୀତ ଛତିଶଗଡର ଅନେକ ଲୋକ ମଧ୍ୟ ଏଠାରେ ବ୍ୟବସାୟ କରନ୍ତି।

Leave A Reply

Your email address will not be published.