Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆରମ୍ଭ ହେଲା କୋଭିଡ-୧୯ ପରୀକ୍ଷା

ବ୍ରହ୍ମପୁର: ସମସ୍ତ ବୈଷୟିକ ପ୍ରୋଟୋକଲଗୁଡିକ ସମ୍ପୂର୍ଣ୍ଣ ହେବା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷା ସୁବିଧା ଆରମ୍ଭ ହୋଇଛି।

ଗତ ଶୁକ୍ରବାର ଦିନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏପ୍ରିଲ ୧୩ ତାରିଖ ଠାରୁ ଏମକେସିଜି ମେଡିକାଲ କଲେଜରେ କୋଭିଡ-୧୯ ପରୀକ୍ଷା କରିବା ପାଇଁ ସଂକେତ ଦେଇଥିଲେ।

ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି କହିଛନ୍ତି, ଏହି “ପରୀକ୍ଷା ଆରମ୍ଭ ପାଇଁ ଭିମସାରରେ ଲାବୋରେଟୋରୀ ବିକାଶ ଏବଂ ଉପକରଣ ସ୍ଥାପନ କାର୍ଯ୍ୟ ଚାଲିଛି।

ସେହିପରି ଆଇ ଆଣ୍ଡ ପିଆର ସଚିବ ସଞ୍ଜୟ ସିଂ ଏହା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ବୁର୍ଲାର ଭିମସାରରେ କୋଭିଡ-୧୯ ପରୀକ୍ଷା ସୁବିଧା ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହେବ।

Leave A Reply

Your email address will not be published.