Latest Odisha News

BREAKING NEWS

କୋଭିଡ-୧୯: ମହାରାଷ୍ଟ୍ରରେ ୮୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ: ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ୍ ହୋଇଥିବା ଅଧିକାରୀ ମାନେ କହିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଦେଇଥିବା ସୂଚନା ଅନୁସାରେ ଭାରତରେ ମୋଟ ମାମଲା ୩୯୦ କୁ ବୃଦ୍ଧି ପାଇଛି। ସମଗ୍ର ବିଶ୍ୱରେ କରୋନାଭାଇରସ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି ।

କରୋନା ଭାଇରସ ଚିହ୍ନଟ ହୋଇଥିବା ଭାରତର ୭୦ ଟି ଜିଲ୍ଲାରେ ଏହାର ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପାଇଁ କର୍ତ୍ତୃପକ୍ଷ ଅସାଧାରଣ ପଦକ୍ଷେପ ଗ୍ରହଣ କରିଥିବାବେଳେ ସମସ୍ତ ଅନ୍ତରାଜ୍ୟ ବସ୍, ଯାତ୍ରୀବାହୀ ଟ୍ରେନ୍ ଏବଂ ମେଟ୍ରୋ ସେବା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ସ୍ଥଗିତ ରହିଛି।

Comments are closed.