Latest Odisha News

BREAKING NEWS

ସମ୍ବଲପୁର ସହରର ଏହି ୧୦ ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା

ସମ୍ବଲପୁର: ସମ୍ବଲପୁର ସହରରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବୁଧବାର ଠାରୁ ସମ୍ବଲପୁର ମ୍ୟୁନିସିପାଲିଟି କର୍ପୋରେସନ୍ (ଏସଏମସି) ଅଧୀନରେ ଥିବା ୧୦ଟି ଅଞ୍ଚଳରେ ଧାରା ୧୪୪ ଧାରା ଜାରି କରିଛନ୍ତି ।

କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ଅଗଷ୍ଟ ୧୬ ତରଖ ଯାଏଁ କଟକଣାକୁ ବଲବତ୍ତର ରଖାଯିବ ।

ନିସିଦ୍ଧାଦେଶ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଉଛି: ବାଡ ବଜାରର ହାଟଲି ଛକ ଏବଂ ହିରାକୁଦ କଲୋନୀ, ଝାଡୁଆପଡାର ଶ୍ରଦ୍ଧାକର ସୁପକର ଲେନ୍, ପଞ୍ଚାଗୋଛିଆର ହରଗୌରୀ ପଡା, ଜଗନ୍ନାଥ ମନ୍ଦିର କଲୋନୀ ଏବଂ ହାଉସିଂ ବୋର୍ଡ କଲୋନୀ, ଧନୁପାଲିରେ ଶିବା ନଗର, ମୋତି ଝରଣାର ଏକ୍ସପ୍ଲୋସିଭ କଲୋନୀ ଏବଂ ବରେଇପଲ୍ଲୀର ନୁଆପଡା ଏବଂ କଂସାରିପଡ଼ା ଇତ୍ୟାଦି । ନିଷିଦ୍ଧ ଅଞ୍ଚଳଠାରୁ ୧୦୦ ମିଟର ଦୂରରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ଜାରି କରାଯାଇଛି ।

Leave A Reply

Your email address will not be published.