Latest Odisha News

BREAKING NEWS

ଟିକାର ଅଭାବ; ରାଜ୍ୟର ୯୦୦ କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: କରୋନା ଟିକା ଅଭାବରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ରବିବାର ଦିନ ଓଡିଶାରେ ୯୦୦ ଟିକାକରଣ କେନ୍ଦ୍ର ବନ୍ଦ କରିବାକୁ ପଡିବ ବୋଲି ସୂଚନା ମିଳିଛି।

ଏ ନେଇ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ୫୭୯ ଟିକାକରଣ କେନ୍ଦ୍ରରେ ଟିକାକରଣ ଚାଲିଥିବାବେଳେ ସୋମବାର ଠାରୁ ଅଧିକ କେନ୍ଦ୍ର ବନ୍ଦ ହୋଇଯିବ।

ଶନିବାର ଦିନ ୨.୫ ଲକ୍ଷ ଡୋଜ ଟିକା ଗ୍ରହଣ କରିଥିବା ଜିଲ୍ଲାର ଟିକାକରଣ କେନ୍ଦ୍ରରେ ଟୀକାକରଣ ଜାରି ରହିବ। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ଟିକାର ଅଭାବ ଥିବାରୁ ଟିକାକରଣ କେନ୍ଦ୍ରଗୁଡ଼ିକ ବନ୍ଦ ରହିବ ବୋଲି ପାଣିଗ୍ରାହୀ କହିଛନ୍ତି। ଏହାସହ ଅଧିକ ପଜିଟିଭ ମାମଲା ଆସୁଥିବା ଜିଲ୍ଲାମାନଙ୍କୁ ଟିକାକରଣ ଉପରେ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି।

ରାଜ୍ୟରେ ବର୍ତ୍ତମାନର ଟିକା ଉପଲବ୍ଧ ବିଷୟରେ ସେ କହିଛନ୍ତି ଯେ ରାଜ୍ୟରେ ୨,୩୩,୦୦୦ ଡୋଜ୍ କୋଭିଶିଲ୍ଡ ଏବଂ ୭୭,୯୬୦ ଡୋଜ୍ କୋଭାକ୍ସିନ୍ ଟିକା ଅଛି।

Comments are closed.