Latest Odisha News

BREAKING NEWS

କରୋନା ମୁକାବିଲା: ମୁମ୍ବାଇ ପୋଲିସ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କଲେ ବିରାଟ- ଅନୁଷ୍କା

ମୁମ୍ବାଇ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା କରୋନା ମହମାରୀ ସହ ଲଢୁଥିବା ପୋଲିସ କର୍ମଚାରୀଙ୍କ କଲ୍ୟାଣ ପାଇଁ ପ୍ରତ୍ୟେକ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନନ୍ତି

ଉଭୟ ଅନୁଷ୍କା ବିରାଟ ମିଶି ୧୦ ଲକ୍ଷ ସହାୟତା କରିଥିବାରୁ ବିରାଟ ଓ ଅନୁଷ୍କାଙ୍କୁ ଶର୍ମା ଧନ୍ୟବାଦ ଜଣାଇଛନ୍ତି ମୁମ୍ବାଇ ପୋଲିସ।

ଏନେଇ ପୋଲିସ୍ କମିଶନର ପାରାମ ବୀର ସିଂ ତାଙ୍କ ଅଫିସିଆଲ୍ ହ୍ୟାଣ୍ଡେଲରୁ ଟ୍ୱିଟ୍ କରିଛନ୍ତି ଯେ, ” ଆପଣଙ୍କ ଅବଦାନ କରୋନାଭାଇରସ୍ ବିରୋଧରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଲୋକଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିବ ।

ବିଶ୍ୱ ମହାମାରୀ ବିରୋଧରେ ଭାରତର ବ୍ୟାପକ ସଂଗ୍ରାମକୁ ସମର୍ଥନ କରିବା ପାଇଁ ବିରାଟ ଏବଂ ଅନୁଷ୍କା ପୂର୍ବରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଜ୍ଞାତ ପରିମାଣର ଅର୍ଥ ଦାନ କରିଥିଲେ।

Comments are closed.