Latest Odisha News

BREAKING NEWS

ମାଲେସିୟାକୁ ଖସିି ଯାଉଥିଲେ ୮ ତବଲ୍ଲିଘି ଜମ୍ମାତ୍ ସଦସ୍ୟ, ଏୟାରପୋର୍ଟରେ ଧରାପଡ଼ିଲେ !

ନୂଆଦିଲ୍ଲୀ: ନିଜାମୁଦ୍ଦିନର ଧର୍ମିୟ ସଭାରେ ଅଂଶଗ୍ରହଣ କରିଥିବା ୮ଜଣ ମାଲେସୀୟ ନାଗରିକ ମାଲେସିଆ ଖସି ଚାଲିଯିବାକୁ ବିମାନରେ ବସି ସାରିଥିଲେ । ମାତ୍ର ସଠିକ୍ ସମୟରେ ଇମିଗ୍ରେସନ କର୍ତ୍ତୃପକ୍ଷ ରବିବାର ଦିନ ସେମାନଙ୍କୁ ସନ୍ଦେହକ୍ରମରେ ପଚରା ଉଚରା କରିବା ପରେ ଏହି ୮ ଜଣ ତବଲ୍ଲିଘି ଜମ୍ମାତର ସଦସ୍ୟ ବୋଲି ଜଣାପଡ଼ିଥିଲା । ଏବେ ନିଜାମୁଦ୍ଦିନ ହିଁ ଦେଶର କରୋନା ସଂକ୍ରମଣର କେନ୍ଦ୍ରସ୍ଥଳୀ ପାଲଟିଛି । ନିଜାମୁଦ୍ଦିନର ଏହି ଧର୍ମୀୟ ସଭାରୁ ହିଁ ସାରା ଦେଶକୁ କରୋନା ଭୂତାଣୁ ସଂକ୍ରମିତ ହୋଇଚାଲିଥିବାର ଗଣମାଧ୍ୟମରେ ରିପୋର୍ଟ ପକାଶିତ ହୋଇଛି ।

 

ଏହି ୮ ଜଣ ମାଲେସୀୟ ନାଗରିକଙ୍କୁ ମାଲିନ୍ଦୋ ଏୟାର୍ ଫ୍ଲାଇଟରୁ କାଢି ନିଆଯାଇଥିଲା ଏବଂ ଏହି ବ୍ୟକ୍ତିମାନେ ଭାୟା ମୁମ୍ବାଇ ଦେଇ ନୂଆଦିଲ୍ଲୀରୁ କ୍ୱାଲାଲୁମ୍ପୁର ଯାଉଥିଲେ । ଏହି ବିମାନଟି ମୁମ୍ବାଇରୁ ୩୦ ଯାତ୍ରୀ ନେଇ ରବିବାର ଦିନ ୧୨ଟା ୩୦ରେ କ୍ୱାଲାଲୁମ୍ପୁର ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିଲା ।

ଏସମ୍ପର୍କରେ ଜାଣିବା ପରେ ଇମିଗ୍ରେସନ କର୍ତ୍ତୃପକ୍ଷ ତୁରନ୍ତ ପୋଲିସ ବିଭାଗ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଅବଗତ କରିଥିଲେ । ହିନ୍ଦୁସ୍ଥାନ ଟାଇମ୍ସରେ ପ୍ରକାଶିତ ଏହି ଖବର ଅନୁଯାୟୀ ନିଜାମୁଦ୍ଦିନ ଧର୍ମୀୟ ସଭାରେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କୁ ଖୋଜା ଚାଲିଥିବା ବେଳେ ଏପରି ଘଟଣା ଏବେ ଚର୍ଚ୍ଚିତ ହୋଇପଡ଼ିଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟ ୯୦୦ ଜଣ ଏହିପରି ବିଦେଶୀ ନାଗରିକଙ୍କୁ ବ୍ଲାକଲିଷ୍ଟ କରାଯାଇଛି । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସୂଚନା ମିଳିଛି ।

ନିଜାମୁଦ୍ଦିନରୁ ପ୍ରାୟ ୨୦୦୦ରୁ ଅଧିକ ତବଲ୍ଲିଘି ଜମ୍ମାତ୍ ସଦସ୍ୟଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏହି ଧର୍ମୀୟ ସଭା ଦ୍ୱାରା ଦେଶବ୍ୟାପୀ କରୋନା ସଂକ୍ରମିତ ହୋଇଥିଲା । ଏହାଦ୍ୱାରା ଦେଶର ୧୭ଟି ରାଜ୍ୟକୁ କରୋନା ଭୂତାଣୁ ବ୍ୟାପିଯାଇଥିଲା ।

Leave A Reply

Your email address will not be published.