Latest Odisha News

BREAKING NEWS

କୋଭିଡ ନିୟମ ଉଲ୍ଲଂଘନ: ସିଲ୍ ହେଲା ୩ଟି ନର୍ସିଂହୋମ୍‌

ଝାରସୁଗୁଡା: ପୁଣି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ । ମାନିଲେନି ନିୟମ । ସିଲ୍ ହେଲା ୩ଟି ନର୍ସିଂହୋମ୍ । ଝାରସୁଗୁଡାରେ କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ତିନୋଟି ନର୍ସିଂହୋମ୍‌କୁ ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ନେଇ ସୂଚନା ମିଳିଛି ।

ସହରରେ ଥିବା ଅଗ୍ରୱାଲ ନର୍ସିଂହୋମ, ଆର. କେ. ମଲଟିକେୟାର ହୋମ, ଲକ୍ଷ୍ୟ କେୟାରକୁ ସିଲ୍ କରିଛି ପ୍ରଶାସନ। ଜିଲ୍ଲାରେ ବିଭିନ୍ନ ଘରୋଇ ହସ୍‌ପିଟାଲ ଓ ନର୍ସିଂ ହୋମ୍‌ରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ ପକ୍ଷରୁ ମିଳିତ ଭାବେ ଯାଞ୍ଚ ଆରମ୍ଭ ହୋଇଛି । ଝାରସୁଗୁଡା ଜିଲ୍ଲାରେ ଥିବା ଅନେକ ଘରୋଇ ନର୍ସିଂ ହୋମ୍ କୋଭିଡ ପାଇଁ ଥିବା ସରକାରୀ ଗାଇଡ ଲାଇନ୍ ନିୟମ ମାନୁ ନ ଥିବା ପୂର୍ବରୁ ଅଭିଯୋଗ ହୋଇଥିଲା।

ଝାରସୁଗୁଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଅନେକ ସ୍ଥାନର ହସ୍ପିଟାଲଗୁଡିକରୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ସମସ୍ତ ନର୍ସିଂହୋମ ଏବଂ ଘରୋଇ ମେଡିକାଲକୁ କରୋନା ଗାଇଡଲାଇନ୍ ମାନିବାକୁ କଡା ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.