Latest Odisha News

BREAKING NEWS

ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରୁଥିବା ବିମାନ ଯାତ୍ରୀମାନଙ୍କୁ ଆରଟିପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

ସୂଚନା ଅନୁଯାୟୀ ଏହି ରିପୋର୍ଟ ସବୁ ୪୮ ଘଣ୍ଟା ପୂର୍ବର ହୋଇଥିବା ବେଳେ ଫାଇନାଲ ଭ୍ୟାକ୍ସିନେସନ ରିପୋର୍ଟ ମଧ୍ୟ ଦେଖାଇବାକୁ ପଡିବ।

ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଦ୍ଵାରା ଜାରି କରାଯାଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ ଯଦି କେହି ବିନା ରିପୋର୍ଟରେ ଆସୁଛନ୍ତି ତେବେ ବିମାନ ବନ୍ଦରରେ ସେମାନଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯିବ।

ଅପରପକ୍ଷେ ଯେଉଁମାନେ ପଜିଟିଭ୍ ବାହାରିବେ ସେମାନଙ୍କ ପାଇଁ କୋଭିଡ ପ୍ରୋଟୋକଲ୍ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

Comments are closed.