Latest Odisha News

BREAKING NEWS

ବିଜେଡି ଅଫିସ କେବେ ସିଲ୍‌: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଶନିବାର ଦିନ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ସିଲ୍ କରି ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଯାହା ପରେ ବିଜେଡି ଅଫିସ୍ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।

ଏହି ପରିପ୍ରେକ୍ଷୀରେ ଅଫିସ୍ ବାହାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସାଂସଦ । ସେଠାରେ ସେ ୧୭ଟି ଫଟୋ ଓ ଗୋଟିଏ ଭିଡିଓ ଦେଖାଇ ପାଲଟା ଅଭିଯୋଗ କରିଛନ୍ତି ଯେ ଶାସକ ଦଳର ନେତାମାନେ ମଧ୍ୟ ନିୟମ ଭାଙ୍ଗିଛନ୍ତି । ଯେଉଁଥିରେ ପିପିଲି ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ବିଜେଡି କାର୍ଯ୍ୟାଳୟରେ ମନ୍ତ୍ରୀ ସମୀର ରଞ୍ଜନ ଦାସ ବିନା ମାସ୍କରେ ଥିବା ଦେଖିବାକୁ ମିଳିଥିଲା ।

ସେ ଆହୁରି ମଧ୍ୟ ଅଭିଯୋଗ କରି କହିଛନ୍ତି ଯେ ତିର୍ତ୍ତୋଲରେ ବିଜେଡିର ଏକ ବୈଠକରେ ପାଖାପାଖି ୩୦୦ ବ୍ୟକ୍ତି ସମବେତ ହୋଇଥିବା ବେଳେ କାହାରି ମୁହଁରେ ମାସ୍କ ନଥିଲା ।

ଏହାଛଡା ମୁଁ ସମସ୍ତ କୋଭିଡ ପ୍ରୋଟୋକଲ୍ ମାନି ଦୈନିକ ୧୩ରୁ ୧୪ ଘଣ୍ଟା ଧରି ଲୋକଙ୍କ ପାଇଁ କାମ କରୁଛି । ଆଇନ କାନୁନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ- ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍ କଲା ବିଏମସି

ତେବେ ୧୫ ଦିନ ପାଇଁ ତାଙ୍କ କାର୍ଯ୍ୟାଳୟକୁ ବିଏମସି ସିଲ୍ କରିଥିଲେ ମଧ୍ୟ ସେ ବାହାରେ ଅଫିସ୍ କାର୍ଯ୍ୟ ଜାରି ରହିବ ବୋଲି ସାଂସଦ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ- ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ଆଣିଲେ କୋଭିଡ୍ ଯୋଦ୍ଧା

Leave A Reply

Your email address will not be published.