Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ସତୀଶ କୌଶିକ୍

ନୂଆଦିଲ୍ଲୀ: ଗତ ସପ୍ତାହରେ ଅଭିନେତା ସତୀଶ କୌଶିକ୍‌ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ସୂଚନା ଅନୁଯାୟୀ ଅଭିନେତା ସତୀଶ କୌଶିକ୍‌ଙ୍କୁ ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପୂର୍ବରୁ ସେ ଦୁଇ ଦିନ ଧରି ଘରେ ସଙ୍ଗରୋଧରେ ରହୁଥିଲେ।

କିନ୍ତୁ ଉପଯୁକ୍ତ ଚିକିତ୍ସା ପାଇଁ ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁଯାୟୀ ଅଭିନେତା କିଛି ଦୁର୍ବଳ ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ସତୀଶ କୌଶିକ ବର୍ତ୍ତମାନ ସୁସ୍ଥ ଅଛନ୍ତି।

Comments are closed.