Latest Odisha News

BREAKING NEWS

ବିଧାନସଭାରୁ ହଟିଲା କୋଭିଡ୍ କଟକଣା, ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମିଳିବ ଅନୁମତି

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନରେ ରହିବନି କୋଭିଡ୍ କଟକଣା । ବିଧାନସଭା ଅଧିବେଶନ ସୁପରିଚାଳନା ନେଇ ଆଜି ବସିଥିବା ସର୍ବଦଳୀୟ ବୈଠକରେ ଏ ନିଷ୍ପତ୍ତି ହୋଇଛି । ବିଧାନସଭାରୁ କୋଭିଡ୍ କଟକଣା ହଟିଥିବା ସୂଚନା ଦେଇଛନ୍ତି ବାଚସ୍ପତି ବିକ୍ରମ ଆରୁଖ ।

ଚଳିତ ଅଧିବେଶନରେ କୋଭିଡ କଟକଣା ହଟିଥିବାରୁ ଗୃହ ସ୍ୱାଭାବିକ ଭାବେ ଚାଲିବ । ବିଧାୟକ ନିଜ ନିଜ ଆସନରେ ବସି ଅଧିବେଶନରେ ଭାଗ ନେବେ । ଲିଖିତ ଭାବେ ଜଣାଇଲେ ଭିଡିଓ କନଫରେନ୍ସିରେ ଭାଗ ନେଇପାରିବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

ସେହିଭଳି କରୋନା ପରଠାରୁ ପ୍ରେସ୍ ଗ୍ୟାଲେରୀଙ୍କୁ ସାମ୍ବାଦିକଙ୍କୁ ଛଡ଼ା ଯାଉ ନଥିଲା । ଏବେ କୋଭିଡ୍ କଟକଣା ହଟିବା ପରେ ପ୍ରେସ୍ ଗ୍ୟାଲେରୀକୁ ଯିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ମିଳିବ । ସକାଳ ୧୦ଟାରୁ ଅପରାହ୍ଣ ୧ଟା ୩୦ ଏବଂ ଅପରାହ୍ଣ ୪ଟାରୁ ୭ଟା ଯାଏ ଗୃହ ଚାଲିବ ।

ନଭେମ୍ବର ୨୪ରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖରେ ସରିବ । ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିଛି ।

Leave A Reply

Your email address will not be published.