Latest Odisha News

୫୦ ଲକ୍ଷ ଟଙ୍କା ଓ ଚାକିରି ଦାବିରେ ମୃତକଙ୍କ ପରିବାରର ଧାରଣା

କୋରେଇ: କୋରେଇ ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ  ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଧାରଣା ।  ୫୦ ଲକ୍ଷ ଟଙ୍କା ଓ ଚାକିରୀ ଦାବିରେ ଷ୍ଟେସନରେ ଧାରଣା ଦେଇଛନ୍ତି ପରିବାର ସଦସ୍ୟ  । କୋରେଇ ରେଳ ଷ୍ଟେସନରେ ମାଲବାହି ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ଅବୁଜୁଲା ବିବିଙ୍କ ପରିବାର ପକ୍ଷରୁ ଧାରଣା ଦିଆଯାଇଛି ।

ଆଜି ସକାଳୁ ଅବୁଜୁଲା ବିବି ନିଜର ରୋଗୀଣା ସ୍ୱାମୀର ଚିକିତ୍ସା ପାଇଁ କଟକ ଯିବାକୁ କୋରେଇ ଷ୍ଟେସନ ଆସିଥିଲେ  । ଏହି ସମୟରେ କୋରେଇ ରେଳ ଷ୍ଟେସନରେ ମାଲବାହି ଟ୍ରେନଟି ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମ ଉପରକୁ ମାଡିଯାଇଥିଲା । ଘଟଣାସ୍ଥଳରେ ଅବୁଜୁଲା ବିବିଙ୍କ ମୃତ୍ୟୁ ହୋଇଥିଲା । ଆରପିଏଫ ଓ ପୋଲିସ ଅଧିକାରୀ ପହଂଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି  ।

Leave A Reply

Your email address will not be published.