Latest Odisha News

BREAKING NEWS

କରୋନା ଆତଙ୍କ; ଗୋଟିଏ ଦିନ ଲାଗି ବିଧାନସଭା ବନ୍ଦ

ଭୁବନେଶ୍ୱର: ଜଣେ କର୍ମଚାରୀଙ୍କ ପିତାମାତା କରୋନା ପଜିଟିଭ ଚିହ୍ନଟ ହେବା ପରେ ଶୁକ୍ରବାର ଦିନ ଓଡିଶା ବିଧାନସଭାକୁ ବନ୍ଦ କରାଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ଆହୁରି ମଧ୍ୟ “ସହରରେ ଲାଗୁ ହେଉଥିବା ସାପ୍ତାହିକ ସଟଡାଉନ ସମୟରେ ବିଧାନସଭା ବନ୍ଦ ରହିବ। ଯାହାଫଳରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ଆସନ୍ତା ସୋମବାର ଦିନ ନିଷ୍ପତ୍ତି ନିଆଯିବ” ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ: ରେକର୍ଡ ଭାଙ୍ଗିଲା କରୋନା; ଗୋଟିଏ ଦିନରେ ଓଡିଶାରେ ସର୍ବାଧିକ ୭୫୫ ପଜିଟିଭ

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧ ହଜାର ୯୫୬ କରୋନା ପଜିଟିଭ ରହିଛନ୍ତି । ତନ୍ମଧ୍ୟରେ ୪୪୭୬ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୭୪୦୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୫୬ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.