Latest Odisha News

BREAKING NEWS

ସୁନ୍ଦରଗଡରେ ସୁପର ସ୍ପ୍ରେଡର; ୩୯ ବ୍ୟକ୍ତିଙ୍କୁ କଲେ ସଂକ୍ରମିତ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୪୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଜଣେ ସୁପର ସ୍ପ୍ରେଡର ୩୯ ଜଣ ବ୍ୟକ୍ତିଙ୍କୁ ସଂକ୍ରମତି କରିଛନ୍ତି।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩୯ ଜଣ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ୩ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି । ସେହିପରି ଅନ୍ୟ ଦୁଇ ଜଣ ବାହାରୁ ଆସିଥିବା ଜଣାପଡିଛି।

ଆହୁରି ମଧ୍ୟ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର ଓ ସୁନ୍ଦରଗଡର ଏନଟିପିସି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୪୪୯ ସକ୍ରିୟ କରୋନା ମାମଲା ରହିଥିବା ବେଳେ ୨୦୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.