ପୁରୀ: ମେ ୧୨ରୁ ଶ୍ରୀମନ୍ଦିର ସେବାୟତଙ୍କର ହେବ କରୋନା ଟେଷ୍ଟ୍। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି। ଯେଉଁ ସେବାୟତମାନେ ଚନ୍ଦନ ଯାତ୍ରା, ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ସାମିଲ ହେବେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ।
ମେ ୧୨ରୁ ଏହି ଟେଷ୍ଟ୍ ଆରମ୍ଭ ହେବ। ଯେଉଁ ସେବାୟତମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଅନୁମତି ଦିଆଯିବ।
ସେବାୟତଙ୍କ ତାଲିକା ଏବଂ ଚନ୍ଦନ ଯାତ୍ରା କେଉଁଠାରେ ଆୟୋଜିତ ହେବ ସେନେଇ ନିଷ୍ପତ୍ତି ଆସନ୍ତା ୧୧ ରେ ହେବାକୁ ଥିବା ଛତିସା ନିଜୋଗ ବୈଠକ ପରେ ଚୂଡାନ୍ତ ହେବ।
Comments are closed.