ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇର ପ୍ରଥମ ଚାରି ଦିନରେ ଓଡିଶାରେ ୯ ଟି ମୁଣ୍ଡ ନେଲାଣି କରୋନା । ଏହି ୪ ଦିନରେ ୧୫୪୪ ଜଣ ନୂତନ ପଜିଟିଭ ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଟୁଇଟ୍ ଅନୁଯାୟୀ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୩୪ ଜଣଙ୍କର ମୃତ୍ୟୁ ଘଟିଲାଣି । ସେମାନଙ୍କ ମଧ୍ୟରୁ ୨୫ ଜଣ ରୋଗୀ ଗତ ଏକ ମାସ ମଧ୍ୟରେ (ଜୁନ୍ ୪ ରୁ ଜୁଲାଇ ୪) ଜୀବାଣୁର ଶିକାର ହୋଇଛନ୍ତି ।
ଏହି ମୃତ୍ୟୁ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୧୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୩ ଜଣ ରୁ ବରଗଡ, ପୁରୀ ଏବଂ ଅନୁଗୁଳରୁ ଜିଲ୍ଲାରୁ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି। ଜୁଲାଇ ୩ରେ ସର୍ବାଧିକ ୫୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗୋଟିଏ ଦିନ ପରେ ରାଜ୍ୟରେ ୪ ତାରିଖ ଦିନ ୪୯୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି ଜଣାପଡିଛି। ଜୁଲାଇ ୧ ଏବଂ ଜୁଲାଇ ୨ ରେ ମୋଟ ମାମଲା ଯଥାକ୍ରମେ ୨୫୧ଏବଂ ୨୨୯ ଥିଲା। ଜୁନ ୪ ରେ, ଓଡିଶାରେ ମୋଟ କରୋନା ସଂଖ୍ୟା ଥଲା ୨୪୭୮। ଧୀରେଧିରେ ଏହା ବୃଦ୍ଧି ପାଇ ଜୁଲାଇ ୪ ସୁଦ୍ଧା ରେ ମୋଟ ୮୬୦୧ ରେ ପହଞ୍ଚିଛି।
BREAKING NEWS
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
Comments are closed.