ଭୁବନେଶ୍ୱର: ଭ୍ୟାକ୍ସିନ୍ ଅଭାବ ଯୋଗୁଁ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କୋଭିଡ୍ ଟିକାକରଣ ହେବ ନାହିଁ । କେନ୍ଦ୍ର ଆବଶ୍ୟକ ମୁତାବକ ଟିକା ସମୟରେ ଯୋଗାଇ ଦେଉନାହିଁ । ଫଳରେ ରାଜ୍ୟରେ ଟିକାକରଣ ହ୍ରାସ୍ ପାଉଥିବା ବେଳେ ଲୋକେ ଟିକା ନେବାକୁ ଆସି ହଇରାଣ ଫେରୁଛନ୍ତି । ରାଜ୍ୟରେ ୧୨ ଶହରୁ ଅଧିକ କୋଭିଡ୍ ଟିକାକରଣ କେନ୍ଦ୍ର ରହିଥିବା ବେଳେ ଆଜି ମାତ୍ର ୩୦୨ଟି କେନ୍ଦ୍ରରେ ଭ୍ୟାକ୍ସିନ୍ ଦିଆଯିବ ।
ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଆଜି ୧୨ଟି ଜିଲ୍ଲାର କୌଣସି କେନ୍ଦ୍ରରେ ଭ୍ୟାକ୍ସିନ୍ ଦିଆଯିବ ନାହିଁ । ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂପଭଞ୍ଜ, ପୁରୀ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଭୁବନେଶ୍ୱର ମହାନଗର ନଗମ ଅଞ୍ଚଳରେ ଟିକାକରଣ ଜାରି ରହିବ ।
ବୁଧବାର ରାଜ୍ୟର ୪୬୯ଟି କେନ୍ଦ୍ରରେ ୪୩ ହଜାର ୮୫୩ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା । ରାଜ୍ୟରେ ଏଯାବତ୍ ୫୭ ଲକ୍ଷ ୪୮ ହଜାର ୭୬୯ ଡୋଜ୍ ଦିଆଯାଇଛି । ବୁଧବାର ସନ୍ଧ୍ୟା ସୁଦ୍ଧା ରାଜ୍ୟ ପାଖରେ କୋଭିସିଲ୍ଡର ୧ ଲକ୍ଷ ୧୯ ହଜାର ୯୨ ଡୋଜ୍ ରହିଥିବା ବେଳେ ୩ ଲକ୍ଷ ୪୬ ହଜାର ୪୪୦ ଡୋଜ୍ କୋଭାକ୍ସିନ୍ ଟିକା ରହିଛି ।
Comments are closed.