Latest Odisha News

BREAKING NEWS

ଓଲଟିଲା କରୋନା ରୋଗୀଙ୍କ ପାଇଁ ଉଦିଷ୍ଟ ଭ୍ୟାନ: ଡ୍ରାଇଭର ଗୁରୁତର

ଗଜପତି: କରୋନା ରୋଗୀଙ୍କୁ ନେବା ଆଣିବା ପାଇଁ ନିୟୋଜିତ ଏକ ଭ୍ୟାନ ଶନିବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲାର ମୋହାନା ପୋଲିସ୍ ସୀମା ଅନ୍ତର୍ଗତ ନରିଙ୍ଗି ଘାଟରେ ଓଲଟି ପଡ଼ିଛି । ଏଥିରେ ଭ୍ୟାନ ଡ୍ରାଇଭର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ଯେ ନରିଙ୍ଗି ଘାଟର ଏକ ବୁଲାଣିରେ ଡ୍ରାଇଭର ଜଣଙ୍କ ନିୟନ୍ତ୍ରଣ ହରାଇଥିଲେ। ଏହି ଭ୍ୟାନଟି ପରାଲାଖେମୁଣ୍ଡି କୋଭିଡ ଡାକ୍ତରଖାନାରୁ ମୋହାନାକୁ ଫେରୁଥିଲା। ଆହତ ଡ୍ରାଇଭରଙ୍କୁ ବ୍ରହ୍ମପୁର MKCG ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Comments are closed.