Latest Odisha News

BREAKING NEWS

ହଟସ୍ପଟ ଜିଲ୍ଲାରୁ ଲୋକ ଆସୁଥିବାରୁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟାରେ ବଢ଼ି ଚାଲିଛି କରୋନା ମାମଲା । ରାଜଧାନୀ ଭୁବନେଶ୍ୱୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ୍ ଲାଗୁନି । ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱରକୁ ଲୋକ ଆସୁଛନ୍ତି, ଫଳରେ ଭୁବନେଶ୍ୱାରେ ପଜିଟିଭଙ୍କ ସଂଖ୍ୟା ବଢୁଛି । ଯାହା ବିଏମ୍‌ସି ପାଇଁ ବଡ ଆହ୍ୱାନ ।
ଗତ ୧୦ ଦିନରେ ଭୁବନେଶ୍ୱରରେ ୩୧୭ କେସ୍ ସାମ୍ନାକୁ ଆସିଛି । ୩୧୭ ଆକ୍ରାନ୍ତଙ୍କ ମଧ୍ୟରୁ ହସ୍ପିଟାଲରୁ ୬୧ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର କହିଛନ୍ତି ।

ସେ ଆହୁରି କହିଛନ୍ତି, ହଟ୍‌ସ୍ପଟ ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ଧ୍ୟାନରେ ରଖି ମନିଟର କରାଯାଉଛି । ପଜିଟିଭ୍ କେସ ଚିହ୍ନଟ ହେଲେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, ହାତ ଧୁଅନ୍ତୁ । ନିଜ ଦାୟିତ୍ୱ ନିଜେ ନିଅନ୍ତୁ । ମାକେର୍ଟ ଅଞ୍ଚଳରେ ସାମାଜିକ ଦୂରତା ନିୟମ ଭଙ୍ଗ ହେଉଛି । କରୋନା ସ୍ଥିତିରେ ନିଜ ଦାୟିତ୍ୱ ନିଜେ ନେବାକୁ ପଡିବ । ମାକେର୍ଟରେ ଭିଡରୁ ଦୂରେଇ ରୁହନ୍ତୁ । ଅନଲାଇନ ସପିଂକୁ ଅଧିକ ଗୁରୁତ୍ୱ ଦିଅନ୍ତୁ । ଅତି ଜରୁରୀ ନଥିଲେ ଡାକ୍ତରଖାନାକୁ ଯାଆନ୍ତୁ ନାହିଁ । ବୟସ୍କ ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ରହିଛି ।

ବସ୍ତି ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ବସ୍ତି ଅଞ୍ଚଳରେ ହୋମ କ୍ୱାରେଣ୍ଟାଇନକୁ ଅନୁମତି ନାହିଁ । ସ୍ଲମ କମିଟିମାନେ କରୋନା ମୁକାବିଲାରେ ସହଯୋଗ କରୁଛନ୍ତି । ବସ୍ତି ଅଞ୍ଚଳରେ ୱାର୍ଡ କମିଟି ସକ୍ରିୟ ରହିଛନ୍ତି ବୋଲି ବିଏମ୍‌ସି କମିଶନର କହିଛନ୍ତି ।

Leave A Reply

Your email address will not be published.