Latest Odisha News

BREAKING NEWS

କରୋନା ଆଶ୍ବସ୍ଥି: ମୃତକଙ୍କ ତୁଳନାରେ ବଢୁଛି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନା କବଳରେ ସାରା ବିଶ୍ୱ । ସବୁଆଡେ କରୋନା ପାଇଁ ହାହାକାର । ଏପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକଟି ଦେଶରେ ଏହା ନିଜର କାୟା ବିସ୍ତାର କରି ସାରିଲାଣି । ଆମେରିକା, ଇଟାଲୀ ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କରୋନା ଆଗରେ ହାତ ଟେକି ସାରିଲେଣି । ସମଗ୍ର ବିଶ୍ୱର ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀ ମାନେ ଏହାର ମୁକାବିଲା ପାଇଁ ରାତିଦିନ ଏକ କରିଛନ୍ତି ।

ପ୍ରତିଦିନ କରୋନାକୁ ନେଇ ତୁହା କୁ ତୁହା ନକରାତ୍ମକ ଖବର ଆସୁଛି । ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢି ଚାଲିଛି । ଏହାସହ କରୋନା କବଳରୁ ରକ୍ଷା ପାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଦେଖିଲେ ଏସବୁ ମଧ୍ୟରେ ଟିକିଏ ଆଶ୍ବସ୍ଥି ମିଳୁଛି ।

ଏପର୍ଯ୍ୟନ୍ତ ଏହି ମାରାତ୍ମକ ରୋଗ ପାଇଁ କୌଣସି ଔଷଧ ବାହାରି ପାରି ନାହିଁ । ଏହା ସତ୍ତ୍ୱେ ମଧ୍ୟ ଡ଼ାକ୍ତର ମାନେ ଏହି ରୋଗରେ ଅଙ୍କୁଶ ଲଗାଇବାରେ ଏକ ରକମର ସଫଳତା ପ୍ରାପ୍ତ କରିଛନ୍ତି।

ବିଶ୍ୱରୁ ଆରମ୍ଭ କରି ଆମ ରାଜ୍ୟ ଓଡିଶା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟକୁ ଦେଖିଲେ ଏହା ଜଣାପଡୁଛି । ରିପୋର୍ଟରୁ ଏହା ସ୍ପଷ୍ଟ ହେଉଛି ଯେ, କରୋନା ମାମଲାରେ ମୃତକଙ୍କ ଅପେକ୍ଷା ଆରୋଗ୍ୟଙ୍କ ସଂଖ୍ୟା ମାତ୍ରାଧିକ ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଏପର୍ଯ୍ୟନ୍ତ ୨୦ ଲକ୍ଷ ୫୩ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୧ ଲକ୍ଷ ୩୪ ହଜାର ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୫,୧୦,୩୫୦ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

ସେହିପରି ଯଦି ଭାରତୀୟ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଦେଖିବା ତେବେ ୧୨ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୮୯ ଜଣ ସୁସ୍ଥ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୪୧୪ ଜଣ ବ୍ୟକ୍ତି ।

ଅନ୍ୟପକ୍ଷରେ ଆମ ରାଜ୍ୟ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ସଦ୍ୟତମ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ରାଜ୍ୟରେ ୬୦ ଜଣ ବ୍ୟକ୍ତି ସଂକ୍ରମିତ ହୋଇ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.