Latest Odisha News

BREAKING NEWS

ଅଣାୟତ୍ତ ହେଉଛି କରୋନା: ଭାରତରେ ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୧,୩୩୨ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏଥି ସହିତ କରୋନାଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ଭାରତରେ ୧୦୦୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୭୬୯୫ ଜଣ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ସରକାରୀ ରିପୋର୍ଟରେ ପ୍ରକାଶ ।

ଭାରତର ମହାରାଷ୍ଟ୍ର ରାଜ୍ୟ କରୋନାରେ ସର୍ବାଧିକ ପ୍ରଭାବିତ । ସଦ୍ୟତମ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯୦ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬୯ ଛୁଇଁଛି ।

Leave A Reply

Your email address will not be published.