Latest Odisha News

BREAKING NEWS

ବାହାର ରାଜ୍ୟରୁ ଯାଜପୁର ଫେରିବା ପାଇଁ ପଞ୍ଜିକରଣ କରିଛନ୍ତି ୩୨ ହଜାରରୁ ଉର୍ଦ୍ଧ୍ବ ଲୋକ !

ଯାଜପୁର: ଯାଜପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ମୋଟ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ନିଜାମୁଦ୍ଦିନ ଲିଙ୍କ ରହିଥିବା ବେଳେ ଆଉ ୧୮ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଏନେଇ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି । ଏବେ ସୁଦ୍ଧା ୧୨ଶହରୁ ଉର୍ଦ୍ଧ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକଙ୍କ ନମୁନା ପରିକ୍ଷା କରାଯାଇଛି ।

ଚିହ୍ନଟ ପ୍ରକ୍ରିୟାରୁ ବାଦ ପଡିଥିବା ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଠାବ କରିବାକୁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟପଟେ ବାହାର ରାଜ୍ୟରୁ ଜିଲ୍ଲାକୁ ଆସିବା ଲାଗି ବର୍ତମାନ ସୁଦ୍ଧା ୩୨ ହଜାରରୁ ଉର୍ଦ୍ଧ୍ବ ଲୋକ ପଞ୍ଜିକରଣ କରିଛନ୍ତି । ଏହି ସଂଖ୍ୟା ପାଖାପାଖି ୫୦ ହଜାର ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି ।

୩୨ ହଜାର ଲୋକ ୧୦ ଟି ବ୍ଲକ ସହ ୨ଟି ପୌରାଞ୍ଚଳରେ ପଞ୍ଜିକରଣ କରିଛନ୍ତି। ଲକ୍‌ଡାଉନ୍‌ ହଟିବା ପରେ ଆସିବାକୁ ଥିବା ଲୋକଙ୍କୁ ସଂଗରୋଧ ଗୃହରେ ରଖିବାକୁ ଯାଜପୁର ଜିଲ୍ଲାପାଳ ନିବେଦନ କରିଛନ୍ତି।

ବାହାର ରାଜ୍ୟରୁ ଫେରିବା ପରେ ଏମାନଙ୍କୁ କ୍ୱାରେନଟାଇନରେ ରଖିବା ଲାଗି ଜିଲ୍ଲାରେ ୪୩୬ଟି କ୍ୱାରେନଟାଇନ ସେଂଟର ଖୋଲାଯାଇଛି । ଆଗକୁ ଏମାନଙ୍କ ଲାଗି କ୍ୱାରେନଟାଇନ ସେଂଟରକୁ ଆହୁରି ବୃଦ୍ଧି କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.