Latest Odisha News

BREAKING NEWS

ଦେଶରେ ପର୍ଯ୍ୟାୟ କ୍ରମେ ବଢୁଛି ଆରୋଗ୍ୟଙ୍କ ହାର: ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୪୧.୬୧%

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ଭାରତରେ ମଧ୍ୟ ଏହା ନିଜର ପାର୍ଦୁଭାବ ଆରମ୍ଭ କରି ଦେଲାଣି । ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଲାଣି । ଦିନକୁ ଦିନ ଏହି ସଂଖ୍ୟା ବଢିବାରେ ଲାଗିଛି ।

BjdElectrycity

ଅନେକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଭାରତରେ କରୋନା ସଂକ୍ରମଣ ଆଗକୁ ସର୍ବାଧିକ ସ୍ତରକୁ ଯାଇପାରେ । ଯାହାକି ନିଶ୍ଚିତ ରୂପେ ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି । ତେବେ ଏହି ଚିନ୍ତା ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର ।

ଆକ୍ରାନ୍ତଙ୍କ ସହ ଦେଶରେ ବଢ଼ିଚାଲିଛି ଆରୋଗ୍ୟଙ୍କ ସଂଖ୍ୟା । ଯାହା ମୃତ୍ୟୁ ତୁଳନାରେ ଢେର ଅଧିକା। ସରକାରୀ ରିପୋର୍ଟ ଅନୁଯାୟୀ ଦେଶରେ ଆରୋଗ୍ୟ ହାର ବଢିଚାଲିଛି। ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନରେ ଆରୋଗ୍ୟ ହାର ଥିଲା ୭.୧% । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନରେ ଏହା ବୃଦ୍ଧି ପାଇ ୧୧.୪୨% ରେ ପହଞ୍ଚିଥିଲା। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆରମ୍ଭରେ ଆରୋଗ୍ୟ ହାର ଥିଲା ୨୬.୫୯% ଓ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନରେ ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ହାର ରହିଛି ୪୧.୬୧% ।

ଏଯାବତ ଏହି ମାରାତ୍ମକ ରୋଗ ପାଇଁ କୌଣସି ଔଷଧ ବାହାରି ପାରି ନାହିଁ । ଏହା ସତ୍ତ୍ୱେ ମଧ୍ୟ ଡ଼ାକ୍ତର ମାନେ ଏହି ରୋଗରେ ଅଙ୍କୁଶ ଲଗାଇବାରେ ଏକ ରକମର ସଫଳତା ପ୍ରାପ୍ତ କରିଛନ୍ତି।

Leave A Reply

Your email address will not be published.