Latest Odisha News

BREAKING NEWS

ପେଡ୍ କ୍ୱାରେଣ୍ଟାଇନ ପାଇଁ ଚିହ୍ନଟ ହେଲା ଭୁବନେଶ୍ୱରର ୫୬ ଟି ହୋଟେଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୫୬ ଟି ହୋଟେଲକୁ ପେଡ କ୍ୱାରେଣ୍ଟାଇନ ପାଇଁ ଚିହ୍ନଟ କରିଛି ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) । ଲକଡାଉନ ସମୟରେ ବାହାରୁ ଫେରୁଥିବା ଲୋକଙ୍କ ପାଇଁ ପୂର୍ବରୁ ୨୨ ଟି ହୋଟେଲ ଚିହ୍ନଟ କରାଯାଇଥିଲା । ଏହି ହୋଟେଲ ଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା – ପ୍ରିମିୟମ୍ (୯), ଏକ୍ସିକ୍ୟୁଟିଭ (୮) ଏବଂ ବଜେଟ୍ (୩୯) । ଗୋଟିଏ ରାତି ପାଇଁ ଯଥାକ୍ରମେ ପ୍ରିମିୟମ, ଏକ୍ସିକ୍ୟୁଟିଭ ଏବଂ ବଜେଟ୍ ହୋଟେଲ ପାଇଁ ୨୫୦୦, ୧୪୦୦ ଏବଂ ୯୦୦ ଟଙ୍କା ସ୍ଥିର କରିଛି ବିଏମସି। ଏହି ସମସ୍ତ ହୋଟେଲଗୁଡିକ ରାଜ୍ୟ ସରକାରଙ୍କ ଦ୍ୱରା ଜାରି କରାଯାଇଥିବା କ୍ୟାରେଣ୍ଟାଇନ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ପଡିବ।

ହୋଟେଲ କର୍ମଚାରୀଙ୍କ ବ୍ୟତୀତ କେବଳ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ସାର୍ଟିଫାଏଡ଼ ଡାକ୍ତରମାନଙ୍କୁ ଏହି ହୋଟେଲ ଗୁଡିକରେ ପ୍ରବେଶ ଅନୁମତି ଦିଆଯିବ । ହୋଟେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଲିମପ୍ରାପ୍ତ ସେବା ପ୍ରଦାନକାରୀମାନେ ଅତିଥିମାନଙ୍କର ଯତ୍ନ ନେବାକୁ ନିୟୋଜିତ ହେବେ। ହୋଟେଲଗୁଡିକ ବିଏମସି କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ପରିସରରେ ରହୁଥିବା ଲୋକଙ୍କ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବେ । ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା, ଭୁବନେଶ୍ୱରରେ ପ୍ରାୟ ୫୦୦ ଲୋକ ପେଡ୍ କ୍ୟାରେଣ୍ଟାଇନ ପାଇଁ ବୁକ କରିଛନ୍ତି ।

Leave A Reply

Your email address will not be published.