Latest Odisha News

ଝାଡ଼ଖଣ୍ଡରେ ପ୍ରଥମ କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଏପ୍ରିଲ୍ ୯ ତାରିଖ ଗୁରୁବାର ଦିନ ପ୍ରଥମ କରୋନା ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ । ଝାଡ଼ଖଣ୍ଡର ବୋକାର ଅଞ୍ଚଳରେ ଜଣେ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସେଠାକାର ଡେପ୍ୟୁଟି କମିଶନର ସୂଚନା ପ୍ରଦାନ କରିଛନ୍ତି ।

ଦିଲ୍ଲୀ ସରକାର ୯୩ ଟି ନୂଆ କରୋନା ମାମଲା ରିପୋର୍ଟ କରିବାର ଗୋଟିଏ ଦିନ ପରେ ରାଜଧାନୀରେ ମୋଟ ମାମଲା ୬୬୯ କୁ ବୃଦ୍ଧି ପାଇଛି।

ଭାରତରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୩୪ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୬ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ୫୦୯୫ ସକ୍ରିୟ ମାମଲା ରହିଥିବା ବେଳେ ୪୭୨ ରୋଗୀ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି।

Comments are closed.