Latest Odisha News

BREAKING NEWS

ମାଲକାନଗିରିରେ ସୁପର ସ୍ପ୍ରେଡର; ୫ ଜଣଙ୍କୁ କଲେ ସଂକ୍ରମିତ

ମାଲକାନଗିରି: ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୮୧ରେ ପହଞ୍ଚିଛି ।

ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ମାଲକାନଗିରି ମହାନଗର ନିଗମର । ସେମାନଙ୍କ ମଧ୍ୟରୁ ୫ ବ୍ୟକ୍ତି ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।

ସେହିପରି ଅନ୍ୟ ମାମଲା ଗୁଡିକ ବାଲିମେଳା ଏନଏସିରୁ ରହିଛି । ସମସ୍ତ ଆକ୍ରାନ୍ତ ମାନେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ୧୮୫ଟି ସକ୍ରିୟ ମାମଲା ରହିଥିବା ବେଳେ ୧୯୬ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

Comments are closed.