Latest Odisha News

BREAKING NEWS

ଗଞ୍ଜାମରେ ୯ ହଜାର ଡେଇଁଲା କରୋନା ସଂକ୍ରମଣ; ନୂଆ ୪୯୧ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୯୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୧ ଜଣ କରୋନା ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରେ ଆସ୍କା (୩), ବେଗୁନିଆପଡା (୭), ବେଲଗୁଣ୍ଠା(୭), ବିଇଏମସି(୭), ଭଞ୍ଜନଗର (୩), ବୁଗୁଡା (୧), ଚିକିଟି (୧), ଧରାକୋଟ (୨), ଗଞ୍ଜାମ (୧), ହିଞ୍ଜିଳିକାଟୁ (୧), ଜଗନ୍ନାଥ ପ୍ରସାଦ (୧), ପୋଲସରା (୧), ରଙ୍ଗେଇଲୁଣ୍ଡା (୩) ଓ ସୋରଡାରୁ ୭ ଜଣ ରହିଛନ୍ତି ।

ସେହିପରି ଜଣେ ସୁରଟ ଫେରନ୍ତା ରହିଥିବା ବେଳେ ଆଉ ୪୪୯ ଜଣଙ୍କର ଆକ୍ଟିଭ କଣ୍ଟାକ୍ଟ ପଜିଟିଭ କେସ୍ ରହିଛି । ଅପରପକ୍ଷରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୬୯ ରହିଛି । ସେଥିମଧ୍ୟରେ ୩୨୫୧ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୫୮୩୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୮୨ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.