Latest Odisha News

ଭାରତରେ ୧୮ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬,୩୫୧ ରେ ପହଞ୍ଚିଥିବା ବେଳେ ୧୮୮୯ ଜଣଙ୍କର ମୃତ୍ୟୁ ଘଟିଛି ।

ଭାରତରେ ଏପର୍ଯ୍ୟନ୍ତ ୧୬ ହଜାରରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି ।

ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ ଓ ଚେନ୍ନାଇ ଭଳି ମହାନଗରରେ ସ୍ଥିତି ଉଦବେଗ ଜନକ । ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଅଧିକ ସର୍ବାଧିକ ରହିଛି । ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୯୪ ଛୁଇଁଛି ।

Leave A Reply

Your email address will not be published.