Latest Odisha News

ଭାରତରେ ଉଗ୍ର ହେଉଛି କରୋନା: ୬୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୩୨୭୭ଟି ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୯୩୯ ରେ ପହଞ୍ଚିଥିବା ବେଳେ ୨୧୦୯ ଜଣଙ୍କର ମୃତ୍ୟୁ ଘଟିଛି ।

ଭାରତରେ ଏପର୍ଯ୍ୟନ୍ତ ୧୯୩୫୮ ଲୋକ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି ।

ଗତ ୨୪ ଘଣ୍ଟାରେ ଭାରତରେ ୩୨୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଗ ପକ୍ଷରୁ ପ୍ରକାଶ।

ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ ଓ ଚେନ୍ନାଇ ଭଳି ମହାନଗରରେ ସ୍ଥିତି ଉଦବେଗ ଜନକ । ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଅଧିକ ସର୍ବାଧିକ ରହିଛି ।

Comments are closed.