Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ । ଫେବ୍ରୁଆରି ୨ ତାରିଖ ଯାଏଁ ରାଜ୍ୟରେ କୋଭିଡ୍ ଟିକା ଦିଆଯିବ ନାହିଁ । ୩ ତାରିଖଠାରୁ ପୁଣି ଥରେ ଟିକାଦାନ ଆରମ୍ଭ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜାନୁଆରୀ ୧୬ ତାରିଖଠାରୁ ୩ ଦିନ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା । ମାତ୍ର କରୋନା ଟିକାକରଣ ଯୋଗୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । ଆଜିଠାରୁ ୫ବର୍ଷରୁ କମ୍ ଶିଶୁଙ୍କୁ ଦିଆଯିବ ପୋଲିସ ବୁନ୍ଦା । ରାଜ୍ୟବ୍ୟାପୀ ୪୧ଲକ୍ଷ ୩୧ହଜାର ୭୬୩ ଶିଶୁଙ୍କୁ ପୋଲିଓ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୬ହଜାର ୪୨୪ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ଟିକା ନେଇଛନ୍ତି । ୧୦ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ‌ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ତାପରେ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ ଟିକାକରଣ । ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.