Latest Odisha News

କୋଭିଡ-୧୯ ବନାମ୍ ଭାରତ, ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲଙ୍କ ୧୦୦ କୋଟି ଟଙ୍କା ର ସହଯୋଗ

ମୁମ୍ବାଇ: କରୋନାଭାଇରସ୍ ପାଇଁ ସାରା ବିଶ୍ୱ ସମେତ ଆତଙ୍କିତ ଭାରତବାସୀ । ଜରୁରୀକାଳୀନ ସ୍ଥିତିରେ ଆଗେଇ ଆସିଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ । କରୋନା ମହାମାରୀ ଆକ୍ରାନ୍ତଙ୍କ ପାଇଁ ସହଯୋଗ କରିଛନ୍ତି ୧୦୦ କୋଟି ଟଙ୍କା ଭଳି ମୋଟା ଅଙ୍କର ରାଶି ।

ରବିବାର ମାଇନିଂ ଟାଇକୁନ୍ ଶ୍ରୀଯୁକ୍ତ ଅନୀଲ ଏକ ଟୁଇଟ୍ ଜରିଆରେ ୧୦୦ କୋଟି ଟଙ୍କା ଦାନ କରିଥିବା ସ୍ପଷ୍ଟ କରିଛନ୍ତି ।

କରୋନାଭାଇରସ୍ ବିରୋଧୀ ଲଢେଇରେ ଏକାକି ଅନୀଲ ନୁହଁନ୍ତି ବରଂ ପୂର୍ବରୁ ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ନିଜ ରିସର୍ଟ ଗୁଡିକୁ ଅସ୍ଥାୟୀ ହସ୍ପିଟାଲ ରୂପେ ବ୍ୟବହାର କରିବାକୁ ମଂଜୁରୀ ଦେଇଥିଲେ ।

ସେହିଭଳି ଅଲିବାବା ଫାଉଣ୍ଡର ଜ୍ୟାକ ମା,ଦ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ, ଚାଇନା ଡେଲି ରିପୋର୍ଟକୁ ଆଧାର କରି ଟେକ୍ନିକାଲ ଫର୍ମ ଟିନସେଣ୍ଟ ଓ ବାଇଡୁ ଏବଂ ବାଇଟ୍ ଡାନ୍ସ ଭଳି ଇଣ୍ଟରନେଟ୍‌ ଟେକ୍ନୋଲଜି କମ୍ପାନୀ ନିଜନିଜ ସମର୍ଥିତ ଦେଶମାନଙ୍କୁ ମୋଟା ଅଙ୍କର ରାଶିର ସହଯୋଗ କରିଥିଲେ ।

ୱାର୍ଲଡୋମିଟର ଆକଳନ ଅନୁଯାୟୀ ସମଗ୍ର ବିଶ୍ୱରେ ୩,୩୮,୧୦୪ ଟି କରୋନାଭାଇରସ୍ ମାମଲା ସାମ୍ନାକୁ ଆସିଥିଲାବେଳେ ୧୪,୪୫୬ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.